ଭଦ୍ରକ: ଘରେ ପଶି ଲୁଟି ନେଲେ ସର୍ବସ୍ବ , ମୂଲ୍ୟବାନ ସାମଗ୍ରୀ ହାତେଇବା ପରେ ବିଲରେ ଫିଙ୍ଗି ଦେଲେ ବାକ୍ସ

Published By : Prameya-News7 Bureau | January 19, 2021 IST

ଭଦ୍ରକ୧୯/୧: ଘର ଭିତରେ ପଶି ଲୁଟି ନେଲେ ଲୁଟେରା। ମୂଲ୍ୟବାନ ସାମଗ୍ରୀ ଲୁଟିବା ପରେ ବିଲରେ ବାକ୍ସ ଫିଙ୍ଗି ଲୁଟେରାମାନେ ଫେରାର ହୋଇଯାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋରିଆ ଗାଁରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ ଯେ, କୁରୁଆ ଗ୍ରାମ ଧୂଷୁରି ଥାନା ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ବଢ଼ି ଚାଲିଛି। ପ୍ରତିଦିନ ଉଣାଅଧିକେ ଏହି ଅଞ୍ଚଳରୁ ଚୋରି ହେଉଥିବା ଅଭିଯୋଗ ଆସୁଛି। ବର୍ତ୍ତମାନ ଚୋରି ଆତଙ୍କରେ ପୁରା ଗ୍ରାମବାସୀ ଭୟଭୀତ ଅଛନ୍ତି। ପ୍ରାୟ ୨ ମାସ ଭିତରେ ୨୦ ରୁ ଅଧିକ ଚୋରି ହୋଇସାରିଲାଣି ।

ଗତକାଲି ରାତିରେ ଗ୍ରାମର ନକୁଳ ସାହୁଙ୍କ ଘରୁ ୨ଟି ବାକ୍ସକୁ ଘରୁ ନେଇଯାଇଥିଲେ ଲୁଟେରା। ଲୁଟ ପରେ ନିଛାଟିଆ ସ୍ଥାନରେ ଥିବା ଧାନ ବିଲରେ ପକାଇ ସେଥିରେ ଥିବା ଦୁଇ ଲକ୍ଷ ଟଙ୍କାର ଗହଣା ସହ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି  ନରେଶ ନାଥଙ୍କ ଘରୁ ନଗଦ ୨୦ ହଜାର ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ସନ୍ଦେହ ଅନୁଯାୟୀ ଲୁଟରେ ବ୍ରାଉନସୁଗାର ସେବନକାରୀ ଲୁଟରେ ସାମିଲ ହୋଇଥାଇ ପାରନ୍ତି । ଲଗାତାର ଭାବରେ ଏମିତି ଚୋରି ଘଟଣା ଘଟୁଥିବାକୁ ନେଇ ଧୂଷୁରୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.