ସୁନା କିଣିବା ବାହାନାରେ ଲୁଟିନେଲେ ଅଳଙ୍କାର : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 15, 2020 IST

ଚଣ୍ଡିଖୋଲ, ୧୫|୯ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ଥିବା ଓଳାଶୁଣୀ ନାମକ ସୁନା ଦୋକାନରୁ ଦିନ ଦିପ୍ରହରରେ ଲୁଟ୍ ହୋଇଛି । ଦୁଇ ଜଣ ଦୁର୍ବୁତ୍ତ ଚତୁରତା ର ସହ ସୁନା ନେଇ ଛୁ ମାରିଛନ୍ତି ।

wp:html /wp:html

ସୂଚନାନୁସାରେ, ମଙ୍ଗଳବାର ଦୁଇ ଜଣ ବ୍ୟକ୍ତି ସୁନା ଦୋକାନକୁ ଆସି ସୁନା କିଣିବା ବାହନାରେ ବିଭିନ୍ନ ଅଳଙ୍କାର ଦେଖିଥିଲେ । କିଛି ସମୟ ପରେ ଦେଖୁ ଥିବା ସୁନା ଅଳଙ୍କାର ଥିବା ଏକ ପ୍ୟାକେଟକୁ ନେଇ ଦୌଡ଼ି ପଳାଇ ଥିଲେ ।  ଯାହାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏ ନେଇ ଦୋକାନୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲୁଟ୍ ହୋଇଥିବା ସୁନାର ମୂଲ୍ୟ ତିନି ଲକ୍ଷରୁ ଅଧିକ ହେବ ବୋଲି ଦୋକାନୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.