Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ସହ ବାଇକ୍ ଲୁଟି ନେଲେ ଲୁଟେରା

23/11/2020 at 10:34 PM

ବାଲିପାଟଣା୨୩/୧୧: ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଲେ ଲୁଟେରା। ମିଳିଥିବା ସୂଚନା ଅନୁସାରେ ଆଇତଳଙ୍ଗ ରାସ୍ତାରୁ ଫାଇନାନ୍ସ କର୍ମଚାରୀଙ୍କଠୁ ୧୦ ହଜାର ୩ ଶହ ଟଙ୍କା ସହ ଏକ ମୋବାଇଲ୍ ଫୋନ୍ ଲୁଟ କରିଛନ୍ତି ୨ ଜଣ ଦୁର୍ବୃତ୍ତ।

ସୂଚନାଥାଉକି ସୂର୍ଯ୍ୟଦୟ ସ୍ମଲ ଫାଇନାନ୍ସ କର୍ମଚାରୀ ଜିତେନ୍ଦ୍ର ବାରିକ ଋଣ ଟଙ୍କା ସଂଗ୍ରହ କରି ସରାଟ-ଆଇତଳଙ୍ଗ ରାସ୍ତାରେ ଫେରୁଥିବା ବେଳେ ଏକ ନିଛାଟିଆ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଜିତେନ୍ଦ୍ରଙ୍କୁ ଧକ୍କା ମାରି ଦେଇଥିଲେ। ଜିତେନ୍ଦ୍ର ତଳେ ପଡିଯିବା ପରେ ଏକ ଭୁଜାଲି ଦେଖାଇ ତାଙ୍କୁ ଭୟଭୀତ କରିଥିଲେ ୨ ଲୁଟେରା। ପରେ ଜିତେନ୍ଦ୍ରଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍ ଏବଂ ମୋବାଇଲ୍‌ ନେଇ ଫେରାର୍ ହୋଇଯାଇଥିଲେ ଲୁଟେରା। ଗାଡ଼ିରୁ ପଡ଼ି ଜିତେନ୍ଦ୍ର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜିତେନ୍ଦ୍ର ।

   Related Posts