Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ, ଲୁଟିନେଲେ ୩୭ ହଜାର ଟଙ୍କା

22/09/2021 at 9:57 PM

ବାଲିପାଟଣା, ୨୨।୯ : ପୁଣି ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ । ବେକରେ ମାରଣାସ୍ତ୍ର ଲଗାଇ ନିମିଷକରେ ଲୁଟି ନେଲେ ୩୭ ହଜାର ଟଙ୍କା । ବାଲିପାଟଣା ଥାନା ଆଳୋଇ-ପଦ୍ମପୁର ରାସ୍ତାରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ସମସ୍ଥା ଫାଇନାନ୍ସ ନିମାପଡ଼ା ଶାଖାର କର୍ମଚାରୀ ଲୋକନାଥ ମହାରଣା ଋଣ ଟଙ୍କା ସଂଗ୍ରହ କରି ଶାଖାକୁ ଫେରୁଥିଲେ । ବୁଧବାର ମଧ୍ଯାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ଆଳୋଇ-ପଦ୍ମପୁର କେନାଲ ରାସ୍ତା ପଦ୍ମପୁର ଠାରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଲୋକନାଥଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ଲୋକନାଥଙ୍କ ବେକରେ ଜଣେ ଲୁଟେରା ଏକ ମାରଣାସ୍ତ୍ର ଲଗାଇ ଟଙ୍କା ବ୍ୟାଗ୍ ଛଡାଇଥିଲା । ନିମିଷକରେ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା । ଟଙ୍କା ବ୍ୟାଗରେ ୩୭ ହଜାର ଟଙ୍କା ଥିବା ଲୋକନାଥ ପୋଲିସକୁ ଜଣାଇଛନ୍ତି ।

   Related Posts