୪ ଦୋକାନରୁ ସିରିଜ୍ ଲୁଟ୍ : ସିସିଟିଭିର ହାର୍ଡଡିସ୍କ ବି ନେଇଗଲେ ଲୁଟେରା

Published By : Prameya-News7 Bureau | November 14, 2021 IST

ଭଦ୍ରକ, ୧୪/୧୧: ଏକା ସାଙ୍ଗରେ ୪ ଦୋକାନରୁ ଲୁଟ୍ । ତାଲା ଭାଙ୍ଗି ଜିନିଷ ପତ୍ର ଲୁଟିନେଲେ ଲୁଟେରା । ବଣିକସଙ୍ଘ ପୂଜା କମିଟିର ଲକ୍ଷାଧିକ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ ହୋଇଛି । ଏମିତିକି ସିସିଟିଭିର ହାର୍ଡଡିସ୍କ ମଧ୍ୟ ଲୁଟିନେଇଛନ୍ତି ଲୁଟେରା ।

ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ତାଲା ଭାଙ୍ଗି ସିରିଜ୍ ଲୁଟ ହୋଇଛି । ଲୁଗା ଦୋକାନ ସହ ଜୋତା ଦୋକାନ , ମୋବାଇଲ ଦୋକାନ ଗୁଡିକରୁ ଲୁଟ ହୋଇଛି । ତେବେ ମାଲଦା ବଜାରରେ ରାଜେନ୍ଦ୍ର ସତପଥୀଙ୍କ ଦୋକାନରେ ଥିବା ବଣିକ ସଂଘ ପୂଜା କମିଟିର ନଗଦ ଲକ୍ଷାଧିକ ଟଙ୍କା ଲୁଟେରାମାନେ ନେଇ ଯାଇଛନ୍ତି । ଦୋକାନର ସାମଗ୍ରୀ ଲୁଟ କରିବା ସହ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ସେମାନେ ନେଇଯାଇଥିବା ଜଣାପଡିଛି । ଘଟଣା ନେଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.