Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମୃତ୍ୟୁ ପରେ ବି କରୋନା ସଂକ୍ରମିତଙ୍କୁ ଛାଡିଲେନି, ହସ୍ପିଟାଲରୁ ଲୁଟିନେଲେ ମୋବାଇଲ ଓ ପର୍ସ

12/06/2020 at 8:17 PM

ଭୋପାଳ, ୧୨|୦୬:  ସାରା ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଭାରତର ମଧ୍ୟ ୮ ହଜାରରୁ ଅଧିକ ସଂକ୍ରମିତ ଜୀବନ ହାରିଲେଣି । ତେବେ ଅନେକ ସ୍ଥାନରେ ଆକ୍ରାନ୍ତଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ମାମଲା ସାମ୍ନାକୁ ଆସୁଛି । ତେବେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ପକେଟ୍ କାଟି ଲୁଟ୍ କରାଯାଇଛି । ପକେଟରୁ ମୋବାଇଲ ଓ ପର୍ସ ମଧ୍ୟ ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ମଧ୍ୟପ୍ରଦେଶର ଏମଜିଏମ ମେଡିକାଲ କଲେଜ ଅଧିନରେ ଥିବା ଏମଟିଏଚ ହସ୍ପିଟାଲରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କଠାରୁ ଲୁଟ୍ ହୋଇଛି ।  ମୃତକଙ୍କ ମୋବାଇଲ ଓ ପର୍ସକୁ ମଧ୍ୟ ଗାୟବ କରାଯାଇ ପରିବାର ଲୋକଙ୍କୁ କେବଳ ମୃତଦେହ ହସ୍ତାନ୍ତର କରାଯାଇଛି । ଏନେଇ ମୃତକଙ୍କ ପତ୍ନୀ ଏକ ମାସ ଧରି ହସ୍ପିଟାଲ କର୍ତୃପକ୍ଷଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଫେରାଇ ଦିଆଯାଉଛି ।

ଗତ ମେ ୨ ତାରିଖରେ ଏମଟିଏଚ୍ ମେଡିକାଲରେ ୩୬ ବର୍ଷୀୟ ହରୀଶ ଗୌଡଙ୍କୁ ଭର୍ତ୍ତି କରାଯାଇଥିଲା । ମେ ୫ ରାତି ୨ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର ଗୋଟିଏ ଘଣ୍ଟା ପୂର୍ବରୁ ହରୀଶ ପତ୍ନୀଙ୍କ ସହ କଥା ହୋଇଥିବା ତାଙ୍କ ଶାଳକ  ମନୀଷ କହିଛନ୍ତି । ସେହି ସମୟରେ ତାଙ୍କ ପାଖରେ ମୋବାଇଲ ଥିଲା । ସେମାନେ ମୃତଦେହ ଆଣିବାକୁ ଯିବା ବେଳେ ପର୍ସ ଓ ମୋବାଇଲ ନଥିଲା । ଏନେଇ ଜଣେ କର୍ମଚାରୀଙ୍କୁ ପଚାରିବାକୁ ପ୍ରଥମେ ମୃତଦେହ ନେଇଯାଅ ପରେ ମୋବାଇଲ ନେବ ବୋଲି କହିଥିଲେ । ପର୍ସରେ ହରୀଶଙ୍କ ଆଧାରକାର୍ଡ, ଏଟିଏମ କାର୍ଡ ଓ ଅନ୍ୟ ଜରୁରୀ କାଗଜ ପତ୍ର ଥିଲା ।

ମନୀଷ କହିଛନ୍ତି ଯେ,  ହରୀଶ ମୋବାଇଲରେ ବିଭିନ୍ନ ହିସାବ ରଖନ୍ତି । ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ । ଏନେଇ ସେ ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି ।

   Related Posts