ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 04, 2021 IST

ସାନଖେମୁଣ୍ଡି ୪।୧୨:  ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କୋଙ୍କରଡ଼। କଉଡ଼ିଆ ଗ୍ରାମ ମଧ୍ୟରେ ଥିବା ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି । ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ । ନାକର ଗୁଣା, ମଥାର ତିନୋଟି ଶିରି, ଆଖି ତାଡି ନେଲେ ଚୋର ।

ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିର କବାଟ ଭାଙ୍ଗି ମା’ଙ୍କ ମୃତ୍ତିରେ ଲାଗିଥିବା ସୁନା ପ୍ରାୟ ୪୦ ଗ୍ରାମର ରୂପା ଗହଣା ମୂର୍ତ୍ତିରୁ ତାଡି ନେଇଯାଇଥିବା ବେଳେ ହୁଣ୍ଡି ମଧ୍ୟ ତାଡି ନେଇଥିବା ବେଳେ ହୁଣ୍ଡିରୁ ଲୁଟ୍ ହୋଇନାହିଁ । ସକାଳ ସମୟରେ ପୂଜକ ପୂଜା କରିବା ପାଇଁ ଆସିଥିବା ବେଳେ ମା’ଙ୍କ ଆଖି, ନାକ, ବେକରୁ ସମସ୍ତ ଗହଣା ତାଡି ନେଇଥିବା ଦେଖି ସଙ୍ଗେ ସଙ୍ଗେ ପାଟପୁର ପୋଲିସକୁ ସୂଚନା ଦେଇଥିଲେ । 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ମା’ଙ୍କ ଗହଣା ତାଡି ନେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.