Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ବଡ଼ବିଲରେ ବଡ ଧରଣର ଲୁଟ୍ ; ବ୍ୟବସାୟୀଙ୍କ ଘରର ଝରକା ଗ୍ରିଲ୍ ତାଡି ଲୁଟ୍ କଲେ ଦୁର୍ବୃତ୍ତ

8/11/2018 at 11:46 AM

କେନ୍ଦୁଝର ୮|୧୧:  ବଡ଼ବିଲରେ ବଡ଼ ଧରଣର ଲୁଟ୍  ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଜୀବ ବିହାର କଲୋନୀରେ ଘଟିଛି ଏହି ଲୁଟ୍ ଘଟଣା । ଗୋଟିଏ ରାଇଫଲ୍, ଗୋଟିଏ ମାଉଜର୍, ୨ଟି ଗୁଳି ଭର୍ତ୍ତି  କାଟ୍ରିଜ୍, ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ରାଜୀବ ବିହାର କଲୋନୀର ହାଉସ୍ ନଂ ୨୩ରେ ରହୁଥିବା ପରିବହନ ବ୍ୟବସାୟୀ ମନିନ୍ଦର ସିଂହଙ୍କ ଘର ଝରକା ତାଡ଼ି ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଗତକାଲି ଦୀପାବଳି ଉତ୍ସବକୁ ପାଳନ କରି ରାତି ପ୍ରାୟ ସାଢ଼େ ୧୨ଟା ବଳେ, ମନିନ୍ଦର, ତାଙ୍କ ପତ୍ନୀ ଓ ଦୁଇ ପିଲା ଶୋଇ ପଡ଼ଥିଲେ । ଆଜି ସକାଳୁ ଉଠି ଦେଖିଲା ବେଳକୁ ଅନ୍ୟ ଏକ ରୁମ୍ ପଛପଟ ଝରକା ଗ୍ରୀଲ୍ ତଡାଯିବା ସହ ରୁମ୍ ଭିତରେ ଥିବା ଷ୍ଟିଲ ଆଲମିରା ମେଲା ପଡ଼ିଛି । ଆଲମିରା ଭିତରେ ଥିବା ଅନ୍ୟାନ୍ୟ କାଗଜପତ୍ର ବ୍ୟାଗ୍ ଇତ୍ୟାଦି ସେଠାରେ ଥିବା ବେଡ୍ ଉପରେ ଖେଳାଇ ହୋଇ ପଡ଼ରିହିଛି । ଆଲମିରାରେ ରଖାଯାଇଥିବା ରାଇଫ-୩୧୫, ଜର୍ମ।ନ ମେଡ୍ ମାଉଜର୍, ଗୁଳି ଭର୍ତ୍ତି କାଟ୍ରିଜ୍, ସୁନା ଅଳଙ୍କାର ଓ ନଗଦ ଟଙ୍କା ଗାଏବ ରହିଛି । ଏହା ଜାଣିବା ପରେ ଏ ନେଇ ସେ ବଡ଼ବିଲ ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ଆଇଆଇସି ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। କଲୋନୀର ଜଣେ ମହିଳାଙ୍କ କହିବା ଅନୁସାରେ ରାତି ପ୍ରାୟ ୨ ଟା ୪୮ ମିନିଟ୍ ସମୟରେ ୫ଜଣ ଅଜଣା ବ୍ୟକ୍ତିଙ୍କୁ ଦେଖିଥିଲେ । ସେ ନିଜ ବାଲକୋନୀରେ ଛିଡ଼। ହୋଇଥିଲେ ଏବଂ ଏହି ୫ଜଣ ତାଙ୍କ ଘର ସାମ୍ନା ଦେଇ ଯିବାର ଦେଖିଥିଲେ । ୫ଜଣଙ୍କ ମଧ୍ୟରୁ ଜଣେ ହାତରେ ଗୋଟିଏ ରାଇଫଲ୍ ଧରିଥିଲେ ଓ ଆଉ ଜଣେ ଗୋଟିଏ ବ୍ୟାଗ୍ ଧରିଥିଲେ । ପୋଲିସ ଏନେଇ ମହିଳାଙ୍କୁ ଅଧିକ ପଚରା ଉଚରା କରିଛି । ବ୍ୟବସାୟୀ ମନିନ୍ଦର ଓ ପାଖ ପଡ଼ଶାଙ୍କୁ ମଧ୍ୟ ପଚରା ଉଚୁରା କରି ତଦନ୍ତ ଚଳାଇଛି । ତେବେ ଏନେଇ ପୋଲିସ ଦୃର୍ବୃତ୍ତଙ୍କ ସଂପର୍କରେ କିଛି ବି ଟେର୍ ପାଇ ପାରି ନାହିଁ ।

   Related Posts