ନିଶ୍ଚିନ୍ତକୋଇଲିରେ ବ୍ୟବସାୟୀଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରି ଲୁଟ୍

Published By : Prameya-News7 Bureau | October 20, 2018 IST

କଟକ ୨୦|୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ବ୍ୟବସାୟୀଙ୍କୁ ଖଣ୍ଡା ଓ ଭୁଜାଲି ଆକ୍ରମଣ ହୋଇଛି । ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାରୁ ଅଧିକ ଲୁଟ୍ କରିଛନ୍ତି ଲୁଟେରା । ବ୍ୟବସାୟୀ ପ୍ରତାପ ସ୍ବାଇଁ ଏରକଣା ବଜାରରୁ ଘରକୁ ଫେରୁଥବାବେଳେ ଅଲିଅରା ଛକ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ ଲୁଟେରା ।ସାଙ୍ଗରେ ଆସୁଥିବା ସଂପର୍କୀୟ ଚାରିଜଣଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଲୁଟେରା। ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଏ ନେଇ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାରର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.