ବେପାରୀଙ୍କୁ ବନ୍ଧୁକ ସହ ଖଣ୍ଡାରେ ଆକ୍ରମଣ: ଲୁଟି ନେଲେ ଲକ୍ଷାଧିକ ଟଙ୍କା, ୩ ଗୁରୁତର

Published By : Prameya-News7 Bureau | November 28, 2020 IST

ରାଇରଙ୍ଗପୁର୨୮/୧୧: ବନ୍ଧୁକ ଦେଖାଇ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା। ମିଳିଥିବା ସୂଚନା ଅନୁସାରେ ଗୋରୁ ବେପାରୀଙ୍କୁ ବନ୍ଧୁକ ଦେଖାଇବା ସହ ଖଣ୍ଡାରେ ହାଣି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଗୋରୁମହିଷାଣି ଥାନା ଓ ଝାରପୋଖରିଆ ଥାନା ସୀମା ଗୁଲାପଟା ଜଙ୍ଗଲ ନିକଟରେ ଏହି ଘଟଣା ଘଟିଛି।

ଗୋରୁମହିଷାଣି ଅଞ୍ଚଳର ତିନିଜଣ ବ୍ୟବସାୟୀ ବାଇକ ଯୋଗେ ସାରସକଣାରୁ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ। ହଠାତ୍ ଆଠ ଜଣ ଦୁର୍ବୃତ୍ତ ଏମାନଙ୍କୁ ବନ୍ଧୁକ ଦେଖାବା ସହ ସେମାନଙ୍କୁ ଖଣ୍ଡାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ ଗୋରୁମହିଷାଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ମାନେ ହେଲେ ଜାମବଣି ଗ୍ରାମର ପ୍ରଦୀପ ମୁଣ୍ଡା ଓ ସୁବଳ ବିନ୍ଧାଣି ଏବଂ ଗୁହାଳଡାଙ୍ଗରି ଗାଁର ଜଟ ଗିରି। ଥାନା ଅଧିକାରୀ ପ୍ରଶାନ୍ତ ସ୍ୱାଇଁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.