ଧାନ ବିକ୍ରି କରି ଆଣିଥିଲେ ଟଙ୍କା: ବାଇକ୍ ଡିକି ଭାଙ୍ଗି ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 07, 2021 IST

ବିନିକା୭/୧: ଦିନ ଦିପହରେ ବାଇକ୍ ଡ଼ିକି ଭାଙ୍ଗି ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛିl ଲୁଟ୍‌ର ଶିକାର ହୋଇଛନ୍ତି ବିନିକା ଥାନା ମେଘେଲା ଗାଁର ତ୍ରିଲୋଚନ ସାହୁl ଲୁଟ୍‌ ହୋଇଥିବା ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛିl ତ୍ରିଲୋଚନ ତାଙ୍କ ନିଜର ସୁନା ଗହଣା ଜଣେ ଲୋକଙ୍କ ପାଖରେ ପାଇଁ ବନ୍ଧା ପକାଇଥିଲେl ସେହି ସୁନାକୁ ବାହାର କରିବା ଲାଗି ଧାନ ବିକ୍ରି କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିନିକା ଶାଖାରୁ ନଗଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ଉଠାଇଥିଲେl ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସହରର ଡେଲି ମାର୍କେଟକୁ ଯାଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ଲୁଟ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.