Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏଟିଏମ୍‌ ଭିତରେ ଲୁଟପାଟ୍‌:​‌ ଯୁବକଙ୍କୁ ମାଡ ମାରି ଲୁଟି ନେଲେ ୩୫ ହଜାର ଟଙ୍କା

10/01/2021 at 9:34 PM

ସୋର୧୦/୧: ଏଟିଏମ୍ ଭିତରେ ମାଡ ମାରି ଯୁବକଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଯୁବକଙ୍କଠୁ ଲ୍ୟାପ୍‌ଟପ୍‌ ଛଡ଼ାଇ ନେବାରେ ଦୁର୍ବୃତ୍ତ ବିଫଳ ହୋଇଛନ୍ତି। ସୋର ଥାନା ସାଉଡ ଅଞ୍ଚଳର ଅଜୟ ବାରିକ ସନ୍ଧ୍ଯାରେ ସୋର ଷ୍ଟେସନ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ।

ଅଜୟ ଏଟିଏମ କାଉଣ୍ଟର ଥିବା ବେଳେ ତିନି ଜଣ ଯୁବକ କାଉଣ୍ଟର ଭିତରକୁ ପସି ଅଜୟକୁ ମାଡ ଦେଇ ଏଟିଏମ କାର୍ଡ଼ ଛଡାଇବା ସହ ପାସ ୱାର୍ଡ ନମ୍ବର ପଚାରିଥିଲେ। ଭୟରେ ଯୁବକଙ୍କ ଜଣଙ୍କ ପାସ ୱାର୍ଡ କହି ଦେଇଥିଲେ। ଏହାପରେ ୩୫ ହଜାର ଟଙ୍କା ନେଇ ଲୁଟେରା ଫେରାର ହୋଇଯାଇଥିଲେ। ଲୁଟେରାମାନଙ୍କୁ ଅଜୟଙ୍କ ଲାପଟପ କଚାଡି ଭାଙ୍ଗି ଦେଇଥିଲେ। ଅଭିଯୋଗ ପାଇ ସୋର ପୁଲିସ ତଦନ୍ତ ଆରମ୍ଭ କରିଛି।

   Related Posts