Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟବସାୟୀଙ୍କ ଆଖିରେ ଲଙ୍କା ଗୁଣ୍ଡା ପକାଇ ଲୁଟି ନେଲେ ଟଙ୍କା

8/11/2020 at 8:56 AM

ବାଲେଶ୍ୱର/ନବରଙ୍ଗପୁର ୦୮।୧୧: ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ । କେଉଁଠି ଆଖିରେ ଲଙ୍କା ଗୁଣ୍ଡା ପକାଇ ଲୁଟି ନେଉଛନ୍ତି ଟଙ୍କା ତ ଆଉ ଆକ୍ରମଣ କରି ଲୁଟିନେଇଛନ୍ତି ଟଙ୍କା ।

ବାଲେଶ୍ଵର ସିମୁଳିଆ ଥାନା 16-ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ ନିକଟରେ ଲୁଟ୍ । ମୋଟରସାଇକେଲରେ ଘରକୁ ଫେରୁଥିବା ଜଣେ ବ୍ୟବସାୟୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ତାଙ୍କ ନିକଟରୁ ୪୦ ହଜାର ଟଙ୍କା ସହିତ ଗୋଟିଏ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ୟବସାୟୀଙ୍କ ନାଁ ବାପୁଜି ସୁତାର ଏବଂ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସହିଦନଗର ଅଞ୍ଚଳରେ । ସେପଟେ ନବରଙ୍ଗପୁରର ଜଣେ ବ୍ୟବସାୟୀ ଙ୍କ ଠାରୁ ୬ ଲକ୍ଷ ୫୦ ହାଜର ଟଙ୍କା ଝାମ୍ପିନେଲେ ଦୁର୍ବୁତ୍ତ । ସହରର LIC ଅଫିସ ଛକରେ ଜଗଦଲପୁରର ବ୍ୟବସାୟୀ ରମେଶ ପାରେଖ ସ୍କୁଟି ରେ ବସି ଫୋନ ରେ କଥା ହେବା ସମୟରେ ଦୁଇଜଣ ବାଇକ ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

   Related Posts