ସିରିଜ୍ ଚୋରି, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଏବଂ ଅଳଙ୍କାର

Published By : Prameya-News7 Bureau | April 17, 2021 IST

ଟାଙ୍ଗୀ ୧୭।୦୪: ଟାଙ୍ଗିରେ ସିରିଜ ଚୋରି । ଖଣ୍ଡା-ଭୁଜାଲି, ଛୁରୀରେ ମହିଳାଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ଗୋଟିଏ ରାତିରେ ୫ଟି ସ୍ଥାନରୁ ହୋଇଛି ଚୋରି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ୪ରୁ ୫ ଜଣ ଚୋର ମାରଣାସ୍ତ୍ର ଦେଖାଇ ଏଭଳି ଲୁଟ୍‌ ପାଟ୍‌ କରିଛନ୍ତି । ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟ୍‌ ନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କାହା ଘରୁ ମୋବାଇଲ୍‌ ଫୋନ୍‌ ଏବଂ ଟଙ୍କା ଭର୍ତ୍ତି ଆଟାଜ୍‌ ଚୋରି ନେଇଥିବା ବେଳେ କିଛି କିଛି ଘରୁ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଞ୍ଚଳର ପ୍ରାୟ ୫ଟି ଘରୁ ଏପରି ଲୁଟ୍‌ ହୋଇଛି । ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଏହା ନିଶାଶକ୍ତ ଯୁବକଙ୍କ କାରନାମା ବୋଲି ପୋଲିସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.