ମନ୍ଦିର ଗ୍ରୀଲ୍‌ ତାଡି ୨ଟି ରୂପା ନାଗ ଚୋରି, ଓଜନ ୨ କେଜି

Published By : Prameya-News7 Bureau | November 10, 2021 IST

ସୁନ୍ଦରଗଡ଼ ୧୦।୧୧: ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଲୁଟ୍‌ । ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବିନଦୀ କୂଳରେ ଥିବା ଏହି ମନ୍ଦିରରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":541472,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆଜି ସକାଳ ସମୟରେ ପୂଜକ ମନ୍ଦିରକୁ ଗେଟ୍‌ ଖୋଲିଥିଲେ । ପୂଜକ ମନ୍ଦିରରେ ପ୍ରବେଶ କରିବା ବେଳକୁ ଗ୍ରୀଲ ଭାଙ୍ଗି ୨ଟି ରୂପା ନାଗ ଚୋରି ହୋଇଛି ବୋଲି ଜାଣିଥିଲେ । ତେବେ ଚୋରି ହୋଇଥିବା ରୂପା ନାଗର ଓଜନ ୨ କିଲୋ ହେବ । ଯାହାପରେ ତୁରନ୍ତ ମନ୍ଦିର ପୂଜକ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.