Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦୋକାନ ବନ୍ଦ କରି ଫେରୁଥିଲେ, ରାସ୍ତାରେ ଟାଙ୍ଗିଆ ଏବଂ ଭୁଜାଲିରେ କଲେ ଆକ୍ରମଣ ; ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

4/10/2020 at 11:30 AM

ସୋର ୦୪।୧୦: ଟାଙ୍ଗିଆ ଏବଂ ଭୁଜାଲି ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ସିମୁଳିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁ ସୁଦାମ ଚରଣ ସାହୁଙ୍କର ଦୀର୍ଘଦିନ ଧରି ସାରଡାଙ୍ଗ ବଜାରରେ ଶମ୍ଭୁନାଥ ନାମକ ଏକ ଜୁଏଲାରୀ ଦୋକାନ ରହିଛି । ଶନିବାର ଦିନ ବିଳମ୍ବିତ ରାତିରେ ଦୋକାନ ବନ୍ଦ ଘରକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଅଳିପୁର ପାଇକାଳପୁର ରାସ୍ତାରେ ୪ଜଣରୁ ଅଧିକ ଦୁର୍ବୁ ସୁଦାମଙ୍କର ଗାଡିକୁ ଅଟକାଇ ଦେଇଥିଲେ । ଏହାପରେ ତାଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ଆକ୍ରମଣ କରିବାକୁ ଲାଗିଥିଲେ ।

ତେବେ ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସୁଦାମ ଚିତ୍କାର କରିବା ଲାଗିଲେ, ଯାହାଫଳରେ କି ର୍ଦୁବୁର୍ତ୍ତମାନେ ଡ଼ିକି ଭାଙ୍ଗି ୨ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି । ଏନେଇ ସିମୁଳିଆ ଥାନାରେ ଅଭିଯୋଗ  କରାଯାଇଛି । ଯାହାପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସେହିପରି ଅନ୍ୟପଟେ ଦୁର୍ବୁତ୍ତଙ୍କ ଆକ୍ରମଣ ସୁଦାମଙ୍କ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

   Related Posts