ସଟର ତାଡି ସୁନା ଦୋକାନରୁ ଲୁଟ୍‌ , କିଛି ଦିନ ତଳେ ଗାଡି ସୋରୁମ୍ରୁ ହୋଇଥିଲା ଚୋରି

Published By : Prameya-News7 Bureau | January 23, 2021 IST

ସାନଖେମୁଣ୍ଡି ୨୩।୦୧: ସୁନା ଦୋକାନରୁ ସଟର ତାଡି ଲୁଟ । ଗଞ୍ଜାମ ଜିଲ୍ଲା ଚିକିଟ ବ୍ଲକ ନୂଆଗାଁ ଥାନା ଚିକିଟି ପେଣ୍ଠ ସୁନା ଦୋକାନରୁ ଲୁଟ୍‌ ହୋଇଛି ।  ଦୋକାନ କବାଟ ତାଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":396861,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଶିବାଜି ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୋକାନର ସଟରତାଡି ସୁନା ଗହଣା ଲୁଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ବ କରିଛି । ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଛ।ନଭିନ କରୁଥିବା ବେଳେ କେତେ ଭରି ସୁନା ଏବଂ କେଉଁ କେଉଁ ଗହଣା ସବୁ ଚୋରି ହୋଇଛି ଏବେ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ପୋଲିସ ପାଇଁ ଏକ ଚ୍ୟାଲେଜ ପାଲଟିଛି ।

{"id":396862,"sizeSlug":"large","linkDestination":"none"}

ସେହିପରି ୧୫ ଦିନ ତଳେ ଧାନଘର ଛକ ର TVS ସୋ ରୁମ ରୁ ୨ ଲକ୍ଷ ୭୦ ହଜାର ଟଙ୍କା ସଟର ତାଡି ଦୃବୁତ ନେଇଯାଇଥିବା ବେଳେ ପୁଣି ଏବେ ସୁନା ଗହଣା ରୁ ଲୁଟ । ସ୍ଥାନୀୟ ଅଞ୍ଚଳରେ ଲୁଟ୍‌ ଓ ରାହାଜାନୀ ଘଟଣା ବଢୁଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.