Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ସମସ୍ତ ଘଟଣା

3/09/2020 at 11:32 AM

ସାଲେପୁର ୦୩।୦୯: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍‌ । ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥରେ ଥିବା ବଇଚୁଆଁ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍‌ ଅଭିଯୋଗ । ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ଛାନ୍‌ଭିନ୍‌ ଜାରି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ତିନିଜଣ ଲୁଟେରା ପଲ୍‌ସର ବାଇକରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ଏହାସହିତ ୧ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ଅଭିଯୋଗ ମଧ୍ୟ ହୋଇଛି । ଲୁଟ୍‌ କରି  ଯିବା ବେଳେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିବାର ଅଭିଯୋଗ ହେଉଛି । ତେବେ ସମସ୍ତ ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଘଟଣା ପରେ ପେଟ୍ରୋଲ ପମ୍ପ ମାଲିକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟାଙ୍ଗୀ ଥାନା ପୋଲିସ ଏକ ମାମଲା ରୁଜୁ କରି ଛାନ୍‌ଭିନ୍ ଜାରି ରଖିଛି ।

   Related Posts