୮ଟି ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

Published By : Prameya-News7 Bureau | October 27, 2020 IST

ସାଲେପୁର : ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ । ସାଲେପୁର ଥାନା ହାଟ ଦୁର୍ଗା ମାର୍କେଟ ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର କୁଆଁପାଳ ରାସ୍ତାରେ ଏକ ମାର୍କେଟରୁ ଲୁଟ୍‌ ହୋଇଛି । ଦୁର୍ଗା ମାର୍କେଟର ସାଇ ଫନିଚର, ଶ୍ରୀରାମ ଏମ୍ପୋରିୟମ, ଜେରକ୍ସ ୮ଟି ଦୋକାନର ତାଲି ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ତେବେ ଏହି ଲୁଟ୍‌ରେ କିଏ କିଏ ସାମିଲ ଅଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ଲୁଟ୍‌ର ଖବର ପାଇ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.