ସଟର ତାଡ଼ି ୪ ଲକ୍ଷ ଟଙ୍କା ଚୋରି, ସିସିଟିଭିରେ କଏଦ ହେଲା ଚିତ୍ର

Published By : Prameya-News7 Bureau | December 05, 2021 IST

ରାୟଗଡା ୦୫।୧୨: ସଟର ତାଡି ୪ଲକ୍ଷ ଟଙ୍କା ଚୋରି । ରାୟଗଡ଼ା ସହରର କପିଳାସ ରୋଡ଼ ସ୍ଥିତ ଏକ ଗ୍ରୋସରୀ ହୋଲସେଲ୍‌ ଦୋକାନରୁ ଏହି ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କିଛି ଲୁଟେରା ଦୋକାନର ସଟର ଭାଙ୍ଗି ୪ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳର ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ୨ଜଣ ଲୁଟେରା ବିଳମ୍ବିତ ରାତିରେ ଚୋରି କରିଥିବା ସିସିଟିଭିରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.