Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଦୋକାନୀଙ୍କୁ ବୋକା ବନାଇଲେ, କହିଲେ- ବାଲିକୁ ଗରମ କଲେ ସୁନା ହୋଇଯିବ, ଚୂନ ଲଗାଇଦେଲେ ୫୦ଲକ୍ଷ ଟଙ୍କା

23/01/2021 at 12:40 PM

ପୁନେ, ୨୩/୦୧: ମହାରାଷ୍ଟ୍ରର ପୁଣେ ସହରରେ ଜଣେ ଗହଣା ଦୋକାନୀଙ୍କୁ ଚୂନ ଲଗାଇଛି ଲୁଟେରା । ଦୋକାନୀଙ୍କର ବିଶ୍ୱସ୍ତ ଜଣେ ଲୋକ ତାଙ୍କୁ ୪ କେଜି ମ୍ୟାଜିକ୍ ବାଲି ଦେଇ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୁନେ ହରିଦାଶପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଘଟଣା ଅନୁସାରେ ଅଭିଯୁକ୍ତ ଜଣକ ଉକ୍ତ ଗହଣା ଦୋକନୀଙ୍କ ପାଖକୁ ବର୍ଷେରୁ ଅଧିକ ସମୟ ଧରି ଯିବା ଆସିବା କରୁଥିଲେ । ଏହି ସମୟରେ ସେ ତାଙ୍କ ପରିବାର ସହିତ ମିଳାମିଶା କରିଥିଲେ ଏବଂ ତାଙ୍କ ଘରକୁ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେଉଥିଲେ ।

ବିଶ୍ୱସନୀୟତାର ସୁଯୋଗ ନେଇ ଅଭିଯୁକ୍ତ ୪କେଜି ବାଲି ତାଙ୍କୁ ଦେଇଥିଲା । ସେ ତାଙ୍କୁ ପଶ୍ଚିମ ବଙ୍ଗରୁ ଆଣିଥିବା କହିଥିଲା । ଏହା ଏକ ପ୍ରକାରର ସ୍ୱତନ୍ତ୍ର ବାଲି, ଯାହାକୁ ଗରମ କଲେ ସୁନାରେ ପରିଣତ ହେବ ବୋଲି ଅଭିଯୁକ୍ତ ଦୋକାନୀଙ୍କୁ ଭୂଆଁ ବୁଲାଇଥିଲା ଏବଂ ଏହାରି ବାବଦକୁ ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ନଗଦ କ୍ୟାସ୍ ଏବଂ ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିଲା ।

ଦୋକାନୀ ଯେତେବେଳେ ଏହି ବାଲିକୁ ଗରମ କଲେ ସେତେବେଳେ ସେ ଲୁଟ୍ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଏ ନେଇ ଥାନାରେ ଏକ ଏଫ୍ଆଇଆର ଦେଇଥିଲେ । ତେବେ ପୋଲିସ୍ ଠକାମି ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣା ପଡ଼ିଛି ।

   Related Posts