ଘରେ ପଶି ଲୁଟ୍, କବାଟ ଭାଙ୍ଗି ଲୁଟିନେଲେ ସୁନା ଗହଣା-୩୫ହଜାର ଟଙ୍କା

Published By : Prameya-News7 Bureau | March 12, 2021 IST

ପାଟଣା ୧୨।୦୩ : ଘରେ ପଶି ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୩୫ ହଜାର ଟଙ୍କା ଲୁଟି ନେଲେ  ଲୁଟେରା । କେନ୍ଦୁଝର ଜିଲ୍ଲା ବାରିଆ ଥାନା କଂସରା ଗାଁରେ ଲୁଟ୍‌ ଘଟଣା ଘଟିଛି । ପୋଲିସର ତଦନ୍ତ ଆରମ୍ଭ

ଖବର ଅନୁଯାୟୀ, ଗୁରୁବାର ଜାଗର ହୋଇଥିବା ଲାଗି ଘର ଲୋକେ ମନ୍ଦିର ଯାଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଏହି ଘଟଣା ଘଟିଛି । ଘରର କବାଟ ଭାଙ୍ଗି ଆଲମିରା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୩୫ହଜାର ଚଙ୍କା ଲୁଟି ନେଇଛନ୍ତି ଲୁଟେରା । ସେପଟେ ଲୁଟ୍‌ ସଂପର୍କରେ ଖବର ପାଇ ବାରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.