ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବାସଭବନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
21/12/2020 at 9:30 AM

ପାଟଣା ୨୧।୧୨ : ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବସଭବନର ଲୁଟ୍ । ସରକାରୀ ବାସଭବନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟ୍ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ସେଠୀଙ୍କୁ ଘରୁ ଲୁଟ୍ ହୋଇଛି । ଅଭିଯୋଗ ପରେ ପାଟଣା ପୋଲିସ ଛାନ୍ଭିନ୍ ଜାରି ରହିଛି ।

ଖବର ଅନୁଯାୟୀ, ମହିଳା ସ୍ୱାସ୍ଥ୍ୟକର୍ମୀ ନିଜ ସରକାରୀ ବାସଭବନରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଗ୍ରୀଲ୍ ଭାଙ୍ଗି ଲୁଟ୍ କରିଛନ୍ତି । ଘର ଭିତରେ ଥିବା ଆଲମାରୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଛନ୍ତି । ତେବେ ଲୁଟ୍ ପରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ପାଟଣା ଥାନାରେ ଲୁଟ୍ ନେଇ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି ।