Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ମୁଖା ପିନ୍ଧି ମାଡ଼ ମାରିଲେ ଲୁଟେରା, ଲୁଟି ନେଲେ ସୁନା ଗହଣା ଓ ଟଙ୍କା

18/11/2020 at 9:32 AM

ପାଟଣା ୧୮।୧୧: ଘରେ ପଶି ମାଡ଼ମାରି ଦୁର୍ବୁତ୍ତ । ଲୁଟିନେଲେ ଗହଣା ଓ ମୋବାଇଲ ଫୋନ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କାମେଶ୍ୱରପୁର ଗାଁର ବାଉଁଶଡିହା ସାହିରେ ଘଟିଛି ଘଟଣା । ଗାଁର ୨ଜଣଙ୍କ ଘରୁ ଲୁଟ ହୋଇଥିବା ଜଣାପଡିଛି ।

କେନ୍ଦୁଝର ଜିଲ୍ଲା ପାଟଣା ଥାନା  କାମେଶ୍ୱରପୁର ଗାଁର ବାଉଁଶଡିହା ସାହିରେ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସାହିର କାର୍ତ୍ତିକା ନାଏକ ଓ ଅଙ୍ଗନବାଡି କର୍ମୀ ମିନା ତ୍ରିପାଠୀ ଙ୍କ ଘରେ ମୁଖା ପିନ୍ଧି ୩ ଦୁର୍ବୁତ୍ତ ପଶି ଲୁଟିନେଇଛନ୍ତି ସୁନା ଗହଣା।  ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ପାସବୁକ ,ମୋବାଇଲ ଫୋନ ନେଇଯାଇଥିବା ବେଳେ  କାର୍ତ୍ତିକା ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା  ଲୁଟିନେଇଛନ୍ତି  ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତଙ୍କ ମାଡ଼ରେ  ଅଙ୍ଗନବାଡ଼ି କର୍ମୀ ମିନା ତ୍ରିପାଠୀ ଓ ତାଙ୍କଝିଅ ସରିତା ଦ୍ଵିବେଦୀ ଆହତ ହୋଇଛନ୍ତି।  ଅଭିଯୋଗ ପରେ ପାଟଣା ପୋଲିସ  ଛାନ୍ ଭିନ୍ ଜାରିରଖିଛି।

   Related Posts