ହାତକୁ ହାଣି ଲୁଟ୍, ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ୪ଲକ୍ଷ ଟଙ୍କା

Published By : Prameya-News7 Bureau | January 18, 2021 IST

ନବରଙ୍ଗପୁର ୧୮।୦୧: ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବ୍ୟବସାୟୀଙ୍କୁ ଠାରୁ ଲୁଟିନେଲେ ୪ଲକ୍ଷ ଟଙ୍କା । ୩ଜଣ ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା । ଗୁରୁତର ଅବସ୍ଥାରେ ବ୍ୟବସାୟୀ ରାଜେନ୍ଦ୍ର ଯାଦବ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଚଚା ଗାଁରୁ କଙ୍ଗରା ଗାଁ ହାଟକୁ ବାଇକ ଯୋଗେ ଯାଉଥିଲେ । ଠିକ୍‌ ଏହି ସମୟରେ 3ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରାଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କ ହାତକୁ ଆକ୍ରମଣ କରିଥିଲେ । ଯାହାଫଳରେ କି ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.