‘ଭୋକରେ ଥିଲି, ତେଣୁ ଚୋରି ପନ୍ଥା ଆପଣେଇଲି’ ; ଦୋକାନରୁ ଲୁଟିବା ପରେ ଚୋର ଲେଖିଗଲା ଚିଠି...

Published By : Prameya-News7 Bureau | October 13, 2020 IST

ମଦୁରାଇ ୧୩।୧୦: ପ୍ରଥମେ ଲୁଟିଲା, ପରେ ଦୋକାନୀ ମାଲିକଙ୍କୁ ଲେଖିଗଲା ଚିଠି । ମଦୁରାଇରେ ଜଣେ ଚୋରର ଏପରି କାର୍ଯ୍ୟକଳାପକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ଚୋର ଜଣକ ଚେନ୍ନାଇର ଉସିଲମ୍‌ପଟ୍ଟି ସ୍ଥିତ ଏକ ସୁପର୍‌ମାର୍କେଟରୁ ୬୫ ହଜାର ଟଙ୍କାର ସାମଗ୍ରୀ ସମେତ ନଗଦ ୫ହଜାର ଟଙ୍କା ଚୋରି କରିନେଇଛି । ଦୋକାନୀରୁ ଲୁଟ୍‌ ବଦଳରେ ମାଲିକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛି, ଏବଂ ସେ ଚୋରି କରିଥିବାରୁ କ୍ଷମା ମାଗିଛି । ସେତିକି ନୁହେଁ, ଏହି ଅପରାଧର କାରଣ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛି ।

ଦୋକାନ ମାଲିକଙ୍କୁ କ୍ଷମା ମାଗି ଚୋର ଚିଠିରେ ଲେଖିଛି ଯେ, ସେ ଭୋକରେ ଥିଲା, ତେଣୁ ଚୋରି ପନ୍ଥା ଆପଣେଇଲା । ସେ ଆହୁରି ଲେଖିଛି ‘ଆପଣ ଦିନକର ଆୟ ହରାଇଲେ, କିନ୍ତୁ ଏହା ମୋର ୩ ମାସର ଆୟ ସହ ସମାନ। ଆଉ ଥରେ ମୁଁ କ୍ଷମା ପ୍ରାର୍ଥନା କରୁଛି ।’

ତାମିଲନାଡୁର ଉସିଲମ୍‌ପଟ୍ଟି-ମଦୁରାଇ ରୋଡ୍‌ରେ ଥିବା ଏକସୁପର୍‌ମାର୍କେଟର ମାଲିକ ହେଉଛନ୍ତି ୩୦ ବର୍ଷୀୟ ଏମ୍‌ ରାମପ୍ରକାଶ । ପ୍ରତିଦିନ ପରେ ସେ ଗୁରୁବାର ଦିନ ସକାଳ ସମୟରେ ଦୋକାନ ଖୋଲିବାକୁ ଆସିଥିଲେ, କିନ୍ତୁ ସେ ଦୋକାନ ଖୋଲିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କର ୨ କମ୍ପ୍ୟୁଟର, ୧ ଟିଭି ଓ ୫ ହଜାର ଟଙ୍କା ଦୋକାନରେ ନ ଥିଲା । ଏହା ପରେ ସେ ଥାନାରେ ଅଭିଯୋଗ କଲେ । ଯାଞ୍ଚ ପାଇଁ ପୋଲିସ ସିସିଟିଭି ଫୁଟେଜ୍‌ର ସାହାଯ୍ୟ ନେଇଛି । ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞ ମଧ୍ୟ ଯାଞ୍ଚ ଚଳାଇଛନ୍ତି ।

ତେବେ ଚୋରି ପରେ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବାର ଏହି ତରିକା ପ୍ରଥମ । ଏହା ପୂର୍ବରୁ ଗତ ଫେବ୍ରୁଆରୀରେ କେରଳର ଏର୍ନାକୁଲମ୍‌ର ଜଣେ ଚୋର ୫ ଦୋକାନରୁ ଚୋରି କରିବା ପରେ ୬ ନମ୍ବର ସ୍ଥାନକୁ ଚୋରି ଉଦ୍ଦେଶ୍ୟରେ ଯାଇଥିଲା । ସେଇଟି ଜଣେ ପୂର୍ବତନ ଭାରତୀୟ ସୈନ୍ୟଙ୍କ ଘର ଥିଲା । ସେଠାରେ ପହଞ୍ଚିବା ପରେ ଚୋରର ହୃଦୟ ପରିବର୍ତ୍ତନ ହେଲା । ସେ ଏକ ଚିଠି ଲେଖି ପୂର୍ବତନ ସୈନ୍ୟଙ୍କ ଘର କାନ୍ଥରେ ଲଗାଇଲା । ତାଙ୍କ ବାର୍‌ରୁ ମଦ୍ୟପାନ କରିବା ସହିତ ଚୋରି ନ କରି ଚାଲିଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.