ଦୋକାନରୁ ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

Published By : Prameya-News7 Bureau | June 13, 2021 IST

ଖୋର୍ଦ୍ଧା ୧୩।୦୬: ଦୋକାନୀର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଦିନିଆରୀ ଟାଙ୍ଗୀ ସାହିର ଫକୀର ରାଉତରାୟଙ୍କ ଦୋକାନରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

{"id":465377,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟା, ଶାଢୀ, ସାର୍ଟ –ପ୍ୟାଣ୍ଟ ସହ ଟେସନାରୀ ସାମଗ୍ରୀ ଲୁଟ୍‌ ହୋଇଛି । ଏନେଇ ବାଘମାରୀ ଥାନାରେ ଲିଖିଥ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":465378,"sizeSlug":"large","linkDestination":"none"}

ତେବେ ଗୋଟିଏ ପଟେ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଲୁଟେରା ମାନଙ୍କର ସଂକ୍ରିୟତା ବାଘମାରି ପୋଲିସ ପାଇଁ ଚ୍ୟାଲେଞ୍ଜ  ସୃଷ୍ଟି କରିଛି। ବାଘମାରି ପୋଲିସ ରାତିରେ ପାଟ୍ରୋଲିଂ କରୁନଥିବା ଯୋଗୁଁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଉଥିବା ସାଧାରଣ ରେ ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.