ଛୁରି ଦେଖାଇ ଲୁଟ୍ , ସିମେଣ୍ଟ ଦୋକାନୀଙ୍କ ଠାରୁ ଟଙ୍କା ଏବଂ କାଗଜପତ୍ର ଲୁଟ୍

Published By : Prameya-News7 Bureau | September 14, 2020 IST

କେନ୍ଦ୍ରାପଡ଼ା ୧୪।୦୯: ଛୁରି ଦେଖାଇ ସିମେଣ୍ଟ ଦୋକାନରୁ ଟଙ୍କା ଲୁଟ । କେନ୍ଦ୍ରାପଡ଼ା ସଦର ଥାନା କାକତିଆ ବଜାରରେ ଥିବା ଏକ ସିମେଣ୍ଟ ଦୋକାନ ମାଲିକଙ୍କୁ ଛୁରୀ ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ରାତିରେ ଦୋକାନ ମାଲିକ ପ୍ରଭାତ କୁମାର ଦାସ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କଥାବାର୍ତ୍ତା ହୋଇଥିଲେ । ସେମାନଙ୍କ ମଧ୍ୟରୁ ହଠାତ ଜଣେ ଛୁରି ଦେଖାଇ ବାକ୍ସରେ ଥିବା ଟଙ୍କା, ଏଟିଏମ କାର୍ଡ, ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇଛନ୍ତି । ଘଟଣା ନେଇ ଚାନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.