Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ନିଛାଟିଆ ରାସ୍ତାରେ ମହିଳାଙ୍କୁ ଛୁରାମାଡ଼, ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

11/11/2020 at 8:52 AM

କେନ୍ଦ୍ରାପଡ଼ା ୧୧।୧୧: ବିଚ୍‌ ରାସ୍ତାରେ ମହିଳାଙ୍କୁ ଛୁରାମାଡ଼ କରି ଲୁଟ୍ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଛଘରିଆ-ଇଚ୍ଛାପୁର ରାସ୍ତାରେ ଘଟଣାଛି ଘଟଣା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ,  ସସ୍ମିତା ଓଝା ନାମକ ଜଣେ ମହିଳା ମଙ୍ଗଳବାର ସଂଧ୍ୟାରେ ତାଙ୍କ ସମ୍ପର୍କୀୟଙ୍କ ସହିତ ନିଜ ଶାଶୁ ଘରକୁ ବାଇକ ଯୋଗେ ଫେରୁଥିଲେ । ଚ୍ଛଘରିଆ-ଇଚ୍ଛାପୁର ରାସ୍ତାରେ ଏକ ନିଛାଟିଆ ଜାଗାରେ ଜଣେ ଦୁର୍ବୃତ୍ତ ବାଇକକୁ ଅଟକାଇ ସସ୍ମିତା ଓ ତାଙ୍କ ସମ୍ପର୍କୀୟଙ୍କୁ ଧାରୁଆ ଛାରୁୀ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବା ପାଇଁ ପ୍ରାଣବିକଳରେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କଲା ବେଳେ ଦୁର୍ବୃତ୍ତ ଜଣଙ୍କ ସସ୍ମିତାଙ୍କ ହାତରେ ଥିବା ଏକ ବ୍ୟାଗ୍ କୁ ଝାମ୍ପି ନେଇ ଚମ୍ପଟ ମାରିଥିଲା l ଏହି ବ୍ୟାଗ୍ ରେ ଏକ ସୁନା ଚେନ୍ ଓ ନଗଦ ୨ ହଜାର ଟଙ୍କା ଥିଲା ବୋଲି ସସ୍ମିତାଙ୍କ ସମ୍ପର୍କୀୟ କହିଛନ୍ତି l ପୋଲିସ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି l ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l

   Related Posts