ଆଖି ପିଛୁଲାକେ ଲୁଟ୍‌, ତେଲ ପକାଇବା ବାହାନାରେ ଚୋରି, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | December 02, 2021 IST

ଜି.ଉଦୟଗିରି ୦୨।୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରୁ ଲୁଟ୍‌ । ତେଲ ପକାଇବାକୁ ଆସିଥିବା ଗାଡ଼ିରୁ ହୋଇଛି ଲୁଟ୍‌ । ଯାହାର ପୁରା ଚିତ୍ର ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

wp:html /wp:html

ଖବର ଅନୁଯାୟୀ, ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଏକ ଟାଟା ଏସିଇ ଆସିଥିଲା । ଡ୍ରାଇଭର ଜଣଙ୍କ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ତେଲ ପକାଇବାକୁ କହିଥିଲେ । ଚାଳକ ଜଣଙ୍କ ତେଲ ପକାଇବାରେ ବ୍ୟସ୍ତ ଥିବା ବେଳେ ଏକ ମୋଟରସାଇକେଲ୍‌ରେ ୨ ଜଣ ଅତି ଚତୁରତା ସହ ଆସିଥିଲେ ଏବଂ ଚୁପ୍‌ଚୁପ୍‌ ଟାଟା ଏସିଇରୁ ମୋବାଇଲ୍‌ଟି ନେଇ ଚମ୍ପଟ ମାରିଥିଲେ । ଯାହାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଲୁଟ୍‌ ନେଇ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.