ପରିବାର ସଦସ୍ୟଙ୍କୁ କୋଠରୀ ଭିତରେ ବନ୍ଦ କରି ଲୁଟ୍ ; ୪୦ ତୋଳା ସୁନା-କାର୍-ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ
26/12/2020 at 8:53 AM

କଳାହାଣ୍ଡି ୨୬।୧୨ : ବଡଧରଣର ଡକାୟତି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଗାଁରେ ଡକାୟତି ହୋଇଛି । ବନ୍ଧୁକ ମୁନରେ ଜଣଙ୍କ ଘରୁ ୪୦ ତୋଳା ସୁନା ଲୁଟିନେଲେ ୫ ଦୁର୍ବୃତ୍ତ । ଏହାସହ ୨ଟି ମୋବାଇଲ୍ ଓ ଗୋଟିଏ ବୁଲେଟ୍ ନେଇ ଚମ୍ପଟ ମାରିଥିବା ସୂଚନା ରହିଛି ।

ଖବର ଅନୁଯାୟୀ , କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଯଯାତି ପାଟ୍ଟଯୋଶୀଙ୍କ ସଶସ୍ତ୍ର ଡକାୟତି ହୋଇଛି । ବିଳମ୍ବିତ ରାତିର ଘରେ ୫ ଜଣ ଡକାୟତ ପଶି ଘରେ ଥିବା ଦୁଇ ଛୋଟ ଛୁଆଙ୍କୁ ମାରି ଦେବାର ଧମକ ଦେଇଥିଲେ । ଏପରିକି ତାଙ୍କୁ ମୁଣ୍ଡ ବନ୍ଧୁକ ଲଗାଇଥିବାର ମଧ୍ୟ ସୂଚନା ରହିଛି । ଏହାପରେ ଘରେ ଥିବା ୪୦ ତୋଳା ସୁନା , ୨ଟି ମୋବାଇଲ୍ ଓ ଗୋଟିଏ ବୁଲେଟ୍ ନେଇ ଚମ୍ପଟ ମାରିଛନ୍ତି । ଏମିତିକି ଘରେ ଥିବା ଦାମୀ କାର୍କୁ ମଧ୍ଯ ନେବାକୁ ଚେଷ୍ଟ କରିଥିଲେ ଦୁର୍ବୃତ୍ତ । କିନ୍ତୁ ସେଥିରେ ଫେଲ୍ ମାରିଥିଲେ । ସମସ୍ତ ସଦସ୍ୟଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଡକାୟତି କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।