ପ୍ଲାନ୍‌ ସଫଳ, ରେଜଲ୍ଟ ବିଫଳ : ଖାଲି ବ୍ୟାଗ୍‌ ଧରି ଲୁଟେରାଙ୍କ ଅକଲ୍ ଗୁଡୁମ୍‌

Published By : Prameya-News7 Bureau | October 23, 2021 IST

ଝାରସୁଗୁଡ଼ା ୨୩।୧୦ : ଗୁଳିମାଡ଼ କରି ସୁନାଦୋକାନୀଙ୍କ ଠାରୁ ଲୁଟ୍‌ । ସୁନାଦୋକାନୀଙ୍କ ହାତରେ ଥିବା ବ୍ୟାଗ୍‌ ଲୁଟିନେଲେ । ହେଲେ ଠକାମୀରେ ପଡ଼ିଗଲେ ଲୁଟେରା । ଝାରସୁଗୁଡ଼ା ବନ୍ଧବାହାଲ ନିକଟରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ବନ୍ଧବାହାଲ ଲକ୍ଷ୍ମୀ ମାର୍କେଟ ଓ ଏମ୍‌ସିଏଲ୍‌ ସୁପର ମାର୍କେଟରେ ଥିବା ଓଡିଶା ଜୁଏଲର୍ସ ମାଲିକ ନିଜ ଦୋକାନ ବନ୍ଦ କରି ଫେରୁଥିଲେ । ସ୍କୁଟିରେ ଯାଉଥିବା ସମୟରେ ହେଲ୍‌ମେଟ୍‌ ପିନ୍ଧି ୨ ଜଣ ବାଇକ୍‌ ଆରୋହୀ ୩ ରାଉଣ୍ଡ ଗୁଳିଚାଳନା କରିଥିଲେ । ଫାଙ୍କା ଗୁଳିଚାଳନା କରି ସୁନାଦୋକାନୀଙ୍କ ହାତରେ ଥିବା ବ୍ୟାଗ୍‌କୁ ଲୁଟିନେଇଥିଲେ ଲୁଟେରା ।କିନ୍ତୁ ଏହି ଠାରେ ହିଁ ଠକାମୀରେ ପଡିଯାଇଥିଲେ ଲୁଟେରା । ଲୁଟେରା ଲୁଟିଥିବା ବ୍ୟାଗ୍‌ରେ କିଛି ନଥିଲା ବରଂ ଅନ୍ୟ ଏକ ବ୍ୟାଗ୍‌ରେ ଟଙ୍କା ଓ ସୁନାଗହଣା ଥିଲା । ଅଘଟଣ ସଂପର୍କରେ ଖବର ପାଇ ବନହରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଗୁଳିମାଡ଼ରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.