Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଦୋକାନୀଙ୍କୁ ଆକ୍ରମଣ କରି ଲୁଟି ନେଲେ ସୁନା ଅଳଙ୍କାର ଓ ଟଙ୍କା

19/11/2020 at 8:28 AM

ଯାଜପୁର ୧୯।୧୧: ଯାଜପୁର ମଙ୍ଗଳପୁର ବଜାରରେ ସୁନା ଦୋକାନୀଙ୍କୁ ଲୁଟ୍ । ଏଠାରେ ଥିବା ଲକ୍ଷ୍ମୀ ଗଣେଷ ସୁନା ଦୋକାନୀ ପ୍ରଭାକର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ, ଷାଠିବାଟି ଠାରେ ଲୁଟେରାଙ୍କ ଶିକାର ହୋଇଛନ୍ତି।

ଖବର ଅନୁଯାୟୀ, ୩ ଟି ବାଇକରେ ୬ ଜଣ ଲୁଟେରା ଆସି ବନ୍ଧୁକରେ ପ୍ରଭାକରଙ୍କ ମୁଣ୍ଡକୁ ଆଘାତ କରି ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ୨୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ପରେ ଲୋକେ ସେମାନଙ୍କ ପିଛା କରି ଗୋଟିଏ ବାଇକ ଓ ବନ୍ଧୁକ ପାଇଥିବା ବେଳେ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ଆହତ ପ୍ରଭାକରଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇଛି । ସେହିପରି ୨ ଲୁଟେରାଙ୍କୁ ଯାଜପୁର ଟାଉନ୍ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ବାକି ୪ ଜଣ ଲୁଟେରା ଫେରାର ଅଛନ୍ତି ।

   Related Posts