ଦୋକାନରେ କଳାକନା ବୁଲାଇଦେଲେ ଲୁଟେରା, ୧୦ଲକ୍ଷ ଟଙ୍କାର ମଦ ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 20, 2021 IST

ଗଞ୍ଜାମ ୨୦।୦୧: ବିଦେଶୀ ମଦ ଦୋକାନରୁ ଲୁଟ୍‌ । ଗଞ୍ଜାମ ଜିଲ୍ଲାରୁ ରମ୍ଭା ଥାନା ହୁମା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନାରୁ ଲୁଟ୍‌ ହୋଇଛି । ପ୍ରାୟ ୧୦ଲକ୍ଷ ଟଙ୍କାର ମଦ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ହୁମା ଛକ ଜାତୀୟ ରାଜପଥ ୧୬ ନିକଟରେ ଏକ ବିଦେଶୀ ମଦ ଦୋକାନ ରହିଛି । ଆଜି ସକାଳ ସମୟରେ ମ୍ୟାନେଜର ଦୋକାନା ଖୋଲିବାକୁ ଆସିଥିଲା । କିନ୍ତୁ ହଠାତ୍‌ ଦେଖିନ୍ତି କି ଦୋକାନରେ ଥିବା ମଦ ପେଟି ସବୁ ଗାୟବ ହୋଇଯାଇଛି । ଦୋକାନ ବାହାରେ ଲାଗିଥିବା ସିସିଟିଭ୍‌ର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍‌ ସଂପର୍କରେ ରମ୍ଭା ଥାନାରେ ଖବର ଦେଇଥିଲେ ଦୋକାନ ମାଲିକ । ଲୁଟ୍‌ ସଂପର୍କରେ ଖବର ପାଇଁ ରମ୍ଭା ଥାନା ଅଧିକାରୀ, ଏଏସ୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ଉକ୍ତ ଦୋକାନୀ ମାଲିକାଙ୍କ ବାଉଗାଁ ବିଦେଶୀ ମଦ ଦୋକାନୀରୁ ୩ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.