ଘରେ ପଶି ସଶସ୍ତ୍ର ଡକାୟତି, ଲୁଟି ନେଲେ ୪୦ହଜାର ଟଙ୍କା ଓ ସୁନା ଅଳଙ୍କାର

Published By : Prameya-News7 Bureau | September 10, 2020 IST

ଢେଙ୍କାନାଳ ୧୧।୯ : ଘରେ ଜଣେ ବୃଦ୍ଧା ଏକୁଟିଆ ରହିଥିବାର ସୁଯୋଗ ନେଇ ଗୁରୁବାର ରାତି ପ୍ରାୟ ୯ତା ସମୟରେ ସଶସ୍ତ୍ର ଡକାୟତି କରିଛନ୍ତି ଦୁର୍ବୁତ୍ତ । ୪୦ହଜାର ଟଙ୍କା ସହ ୮ଭାରି ସୁନା ଅଳଙ୍କାର ଲୁଟି ନେଇଛନ୍ତି । ତେବେ ଜଣଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନରେ ଥିବା ଗୋବିନ୍ଦପୁର ଫାଣ୍ଡି ଅଂଚଳରେ ଏହି ଘଟଣା ଆଲୋଚନାର ବିଷୟ ପାଲଟିଛି ।

ସୂଚନାନୁସାରେ, ତାଳ ବରକୋଟର ଦେପଡା ଗ୍ରାମର ଅଭିମନ୍ୟୁ ବିଶ୍ବାଳଙ୍କ ଘରେ ଏହି ଡକାୟତି ହୋଇଛି । ତାଙ୍କ ପତ୍ନୀ ଉର୍ମିଳା ବିଶ୍ୱାଳ ଘରେ ଏକୁଟିଆ ଥିବାର ସୁଯୋଗରେ ଗୁରୁବାର ରାତି ପ୍ରାୟ ୯ତା ସମୟରେ ୫ଜଣ ଲୁଟେରା ପିସ୍ତଲ ଓ ଭୁଜାଲି ଧରି ଘରେ ପଶିଥିଲେ । ପରେ ଉର୍ମିଳାଙ୍କୁ ଗାଧୁଆ ଘରେ ପୁରାଇ ମାଡ଼ ମାରି ଭୟଭୀତ କରିବା ପରେ ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିଲେ । ତେବେ ଏହି ସମୟରେ ତାଙ୍କ ଜ୍ୱାଇଁ ଫୋନ କରିବାରୁ ଲୁଟ ହେଉଥିବା ଜାଣିପାରି ଗାଁ ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ ।

{"id":327905,"sizeSlug":"large"}

ଫଳରେ ଗାଁ ଲୋକ ଆସିଯିବାରୁ ଡକାୟତ ମନେ ପିସ୍ତଲ ଦେଖାଇ ଆସିଥିବା ବାଇକରେ ଖସି ପଳାଇଥିଲେ । ମାତ୍ର ତାଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀମାନେ କାବୁ କରି ନେଇଥିଲେ । ଖବର ପାଇ ଗୋବିନ୍ଦପୁର ପୁଲିସ ପହଂଚି ଉକ୍ତ ଲୁଟେରାଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଗିରଫ କରିଛି । ପୁଲିସ ଏ ସମ୍ପର୍କରେ ତନାଘନା ତଦନ୍ତ ଆରମ୍ଭ କରିଛି ।

କାବୁ ହୋଇଥିବା ଲୁଟେରା ଜଣଙ୍କ ଆଠଗଡ଼ ଅଂଚଳର ଓ ଲୁଟ କରି ଫେରାର ଲୁଟେରା ଚାରିଜଣଙ୍କ ମଧରେ କଟକ ଓ ଆଠଗଡ଼ ଦୋରଡ଼ ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.