କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ରାତିର ୨ମନ୍ଦିରରୁ ଟଙ୍କା-ଅଳଙ୍କାର ଲୁଟ୍
4/03/2021 at 12:19 PM

ଢେଙ୍କାନାଳ ୦୪।୦୩ : ରାତିରେ କଳାକନା ବୁଲାଇଲେ ଲୁଟେରା । ଏକାଥରକେ ଦୁଇଟି ମନ୍ଦିର ଛୋରି କରିଛନ୍ତି ଦୁର୍ବୁତ୍ତ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ଗାଁରେ ଘଟିଛି ଘଟଣା । ଛାନ୍ଭିନ୍ କରୁଛି ପୋଲିସ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗାଁରେ ଥିବା ତାରିଣୀ ମନ୍ଦିର ଓ ଶିବ ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ଦୁର୍ବୁତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ମା ତାରିଣୀଙ୍କର ଏକ ସୁନା ହାର, କାନ ଫୁଲ ଆଦି ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସେହିପରି ତାରିଣୀ ମନ୍ଦିର ହୁଣ୍ଡି ସହ ପାଖରେ ଥିବା ଶିବ ମନ୍ଦିର ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।

ଅନ୍ୟପଟେ ଉଭୟ ମନ୍ଦିରର ଘଣ୍ଟ , ଘଣ୍ଟି , ହଣ୍ଡା ଓ ସମସ୍ତ ପିତ୍ତଳ ସାମଗ୍ରୀ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ଗୁରୁବାର ଦିନ ସକାଳ ସମୟରେ ମନ୍ଦିର ପୂଜକ ପୂଜା କରିବାକୁ ଆସିବାରୁ ତାଲା ଭଙ୍ଗାଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।