Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମନ୍ଦିରର ଗ୍ରୀଲ ତାଡି ହୁଣ୍ଡିରୁ ଟଙ୍କା ଲୁଟି ନେଲେ ଲୁଟେରା, ପୋଲିସର ଛାନ୍‌ଭିନ୍‌ ଜାରି

25/11/2020 at 3:01 PM

ଢେଙ୍କାନାଳ ୨୫।୧୧: ଲୁଟେରାଙ୍କ ଟାର୍ଗେଟେରେ ଏବେ ମନ୍ଦିର ।  ମନ୍ଦିର ହୁଣ୍ଡିରୁ ଲୁଟ୍‌ । ଢେଙ୍କାନାଳ ଜିଲ୍ଲା ଜୁବୁଲି ଟାଉନ ନାଗେଶ୍ୱର ଶିବ ମନ୍ଦିରରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ଟାଉନ୍‌ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ନାଗେଶ୍ୱର ମନ୍ଦିର ହୁଣ୍ଡିକୁ ଲୁଟିଛନ୍ତି ଲୁଟେରା । ମନ୍ଦିରର ଉଭୟ ନାଗେଶ୍ୱର ଶିବ ମନ୍ଦିର ଓ ପରିସରରେ ଥିବା ପାର୍ବତୀ ମନ୍ଦିରର  ୨ଟି ହୁଣ୍ଡିକୁ ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା । ଭକ୍ତ ମାନେ ଦେଇଥିବା ଦକ୍ଷିଣା ଟଙ୍କାକୁ ବି ଲୁଟି ନେଇଛନ୍ତି ।  ମନ୍ଦିରର ଗ୍ରୀଲ ତାଡି ୨ଟି ଯାକ ହୁଣ୍ଡିରୁ ଟଙ୍କା ଲୁଟି ନେଇଛନ୍ତି । ଏହାସହିତ ହୁଣ୍ଡିରୁ ଟଙ୍କା ଲୁଟିବା ପରେ ଫିଙ୍ଗି ଦେଇ ଚମ୍ପଟ ମାରିଛନ୍ତି ଲୁଟେରା । ବୁଧବାର ଦିନ ସକାଳ ସମୟରେ ପୂଜକ ପୂଜା କରିବାକୁ ଆସିଥିବା ବେଳେ ଗ୍ରୀଲ୍‌ ତଡାଯାଇଥିବା , ଏବଂ ବାହାରେ ହୁଣ୍ଡି ପଡିଥିବା ଦେଖିଥିଲେ । ତୁରନ୍ତ ଏନେଇ ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ମନ୍ଦିରରୁ ପ୍ରାୟ ୪୦ହଜାର ଟଙ୍କା ଲୁଟି ନେଇଥିବା ପୂଜକ କହିଛନ୍ତି ।

   Related Posts