ଦୋକାନ ବନ୍ଦ କରି ଫେରୁଥିଲେ, ଅଧାରାସ୍ତାରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଆଉ ତାପରେ...

Published By : Prameya-News7 Bureau | September 21, 2021 IST

ଚଣ୍ଡିଖୋଲ, ୨୧।୦୯ : ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ। ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବିକ୍ରମତିରଣ ପଞ୍ଚାୟତରେ । ବାଲିଚନ୍ଦ୍ରପୁର ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ।

ସୂଚନାନୁସାରେ, ବିକ୍ରମତିରଣ ଗ୍ରାମର ବଳରାମ ଧଳ ସୋମବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବଳରାମଙ୍କ ପାଖରେ ଥିବା ଟଙ୍କାକୁ ନେଇ ଫେରାର ହୋଇ ଯାଇଥିଲେ ।

ଆକ୍ରମଣରେ ବଳରାମଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ବଳରାମଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.