ବ୍ୟାଙ୍କରୁ ଟଙ୍କା ଧରି ଫେରୁଥିଲେ, ବାଇକକୁ ଧକ୍କା ଦେଇ ଲୁଟେରା ଲୁଟି ନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | November 11, 2020 IST

କେନ୍ଦୁଝର ୧୧।୧୧: ବାଇକକୁ ପଛପଟୁ ଧକ୍କାଦେଇ ଲୁଟିନେଲେ ଲକ୍ଷେ ୨୫ ହଜାର ଟଙ୍କା । କେନ୍ଦୁଝର, ଚମ୍ପୁଆ ଥାନା ରିମୁଳି ନିକଟରେ ଏହି ଲୁଟ୍ ହୋଇଛି । ଘଟଣାରେ ପୋଲିସ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଅଟକ ରଖି ତଦନ୍ତ ଜାରି ରଖିଛି ।

ଚମ୍ପୁଆ ବ୍ଲକ୍, ବିରିକୁଆଁ ଗ୍ରାମର ମଂଗଳୁ ମହାନ୍ତ ଓ ଯଦୁମଣି ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ରିମୁଳି ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ୪ ଜଣ ଯୁବକ ଏକ ପଲସର ବାଇକ୍ ଓ ଏକ ସ୍କୁଟିରେ ଆସି  ରିମୁଳି - କାଳିକା ପ୍ରସାଦ ରାସ୍ତାର ଏକ ନାଳ ନିକଟରେ ଧକ୍କା ଦେଇଥିଲା ।

ଉଭୟ ତଳେପଡି ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ତାଙ୍କ  ଟଙ୍କା ବ୍ୟାଗକୁ ଛଡ଼।ଇ ନେଇ ଦୃବୃତ୍ତମାନେ ଫେରାର ହୋଇଯାଇଥିଲେ ।  ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଲୁଟେରାମାନଙ୍କୁ ଗିରଫ କରିଛି ।

ସେପଟେ ବାଲେଶ୍ବର ଜଗନ୍ନାଥପୁର ଗାଁର ଜଣେ ଛାତ୍ରୀ ଜୋତ୍ସ୍ନା ପ୍ରିୟଦର୍ଶନୀ ସେଠୀ ଗୋପାଳପୁରରୁ କମ୍ପ୍ୟୁଟର  କ୍ଲାସ ସାରି ଫେରିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି । ଜାଗେଶ୍ୱର ପଦା ଆରୁଆ ରାସ୍ତା ଗିଲଟିଆ ଛକରେ ବାଇକରେ ଆସି ତିନି ଲୁଟେରା ଗୁଳି ଫୁଟାଇ ଲୁଟ କରିଥିବା ଅଭିଯୋଗ ହୋଇଛି ।  ଆହତ ଜୋତ୍ସ୍ନା ପ୍ରିୟଦର୍ଶନୀକୁ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.