ରାଜଧାନୀରେ ଅଭାବନୀୟ ଘଟଣା : ମହିଳାଙ୍କ ବେକ କାଟିଲେ ଦୁର୍ବୃତ୍ତ, ଲୁଟ୍‌ ପାଇଁ କରୁଥିଲେ ଉଦ୍ୟମ

Published By : Prameya-News7 Bureau | May 31, 2021 IST

ଭୁବନେଶ୍ବର ୩୧.୦୫ : ଲକ୍‌ଡାଉନ କଟକଣା ଭିତରେ ସକ୍ରିୟ ଲୁଟେରା । ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ ।  ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ ।

ଖବର ଅନୁଯାୟୀ, ସକାଳୁ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକ ଦୁର୍ବୁତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଯାହାଫଳରେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.