Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନାଇଟ କର୍ଫ୍ୟୁ ଥିଲା, ଜେସିବି ଲଗାଇ ଭାଙ୍ଗିଦେଲେ ଘର : ଲୁଟି ନେଲେ ୧୫ ଲକ୍ଷ ଟଙ୍କାର ସାମଗ୍ରୀ

28/04/2021 at 10:18 AM

ଭୁବନେଶ୍ୱର ୨୮।୦୪: ଜମି ବିବାଦ ଥିଲା, ଆଉ ନାଇଟ କର୍ଫ୍ୟୁ ର ସୁଯୋଗ ବିରୋଧୀଙ୍କୁ ସୁହାଇଲା । ତେଣୁ ବଦଲା  ନେବାକୁ ଯାଇ ଜେସିବିରେ ଘର ଛାତ ତାଡି ଦେଲେ । ଆଉ ୧୫ ଲକ୍ଷ ଟଙ୍କାର ସିସିଟିଭି ଦୋକାନକୁ ଲୁଟି ନେଲେ ବିରୋଧୀ । ଏପରି ଘଟଣା ଘଟିଛି ଭୁବନେଶ୍ୱର ଚିନ୍ତାମନିଶ୍ଵର ମନ୍ଦିର ସାମ୍ନାରୁ । ଏଘଟଣାକୁ ସ୍ଥାନୀୟ ଲୋକଙ୍କ ଭିତରେ ଉତେଜନା ଦେଖାଯାଇଛି ।

 ନାଇଟ କର୍ଫ୍ୟୁ ବେଳେ କେମିତି ଜେସିବି ଲଗାଇ ତାଡି ଦେଲେ ଘର ମାଲିକ ପ୍ରଶ୍ନ ଉଠାଇଛନ୍ତି । ସମ୍ପୂର୍ଣ୍ଣ ଘରଟି ଭାଙ୍ଗି ଦେଇଛନ୍ତି ଦୂର୍ବୁତ ମାନେ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି  ଘଟଣା ଘଟିଛି। କିଛି ଦେଖଣାହାରିଙ୍କ କହିବା କଥା ଗୋଟିଏ ଜେସିବି ସମେତ ୧୫ ଜଣ ଯୁବକ ବାଇକରେ ଆସିଥିଲେ। ଏବେ  ଚିନ୍ତାମନିଶ୍ଵର ମନ୍ଦିର ସାମ୍ନା ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଦୋଷୀକୁ ଧରିବା ଜିଦ୍ ରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

   Related Posts