ରାଜଧାନୀରେ ମାତିଲେ ଲୁଟେରା, ଫୁଲତୋଲିବାକୁ ଆସିଥିବା ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍

Published By : Prameya-News7 Bureau | March 07, 2021 IST

ଭୁବନେଶ୍ୱର ୦୭।୦୩: ରାଜଧାନୀରେ ମାତିଲେ ଲୁଟେରା । ଫୁଲତୋଳିବାକୁ ଆସିଥିବା ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ୍‌ । ଲୁଟର ଶିକାର ହୋଇଛନ୍ତି  ଅନଶ୍ୱୟା ବେହେରା । ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଘଟିଛି ଘଟଣା ।

{"id":419054,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଆଜି ସକାଳୁ ଅନଶ୍ୱୟା ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ । ଜଣେ ଗାଡି ଚଳାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ । ଏହା ପରେ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ ଲୁଟି ନେଇଥିଲେ । ତେବେ ଲୁଟର ସମ୍ପୂର୍ଣ ଚିତ୍ର କଏଦ ହୋଇଛି ସିସିଟିଭି ଫୁଟେଜରେ । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.