Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ଲୁଟେରା ଆତଙ୍କ : ବାହାର ପଟୁ ତାଲା ପକାଇ ଘରେ ବୁଲାଇ ଦେଲେ କଳାକନା

7/10/2020 at 11:51 AM

ଚନ୍ଦ୍ରଶେଖରପୁର ୦୭।୧୦: ଘରର ବାହାର ପଟୁ ତାଲାପକାଇ ଲୁଟିନେଲେ ଆସବାପତ୍ର ଓ ଗଣେଷ ମୂର୍ତ୍ତୀ । ଭୁବନେଶ୍ୱର ଇନ୍‌ଫୋସିଟି ଏକ ବସ୍ତିରେ ଏହି ଘଟଣା ଘଟିଛି ।ଯାହାକି ପୁରା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍‌ଫୋସିଟିର ଏକ ବସ୍ତିରେ ଲୁଟ୍‌ ହୋଇଛି । ଘର ବାହାରେ ତାଲା ପକାଇ ବାରଣ୍ଡାରେ ଥିବା କିଛି ସାମଗ୍ରୀ ସହ ଗଣେଶ ମୂର୍ତ୍ତିକୁ ଚୋରି କରି ନେଇ ଯାଇଛନ୍ତି ଦୁବୃର୍ତ୍ତ । ଏନେଇ ଘର ମାଲିକ ପ୍ରମୋଦ ମହାରଣା ଇନଫୋସିଟି ଥାନାରେ ଅଭିଯୋଗ   କରିଛନ୍ତି ।

ସୂଚନା ଅନୁଯାୟୀ ପ୍ରମୋଦ କାଲି ୨ ସମୟରେ ଘର ବାହାରେ ଶବ୍ଦ ଶୁଣି କବାଟ ଖୋଲି ବାକୁ ଯାଇ ଦେଖନ୍ତି ତ ବାହାର ପାଶ୍ୱର୍ରୁ ବନ୍ଦ ରହିଥିଲା । କବାଟ ନଖୋଲିବାରୁ ପଡ଼ିଶା ଘରର ଜଣେ ଯୁବକଙ୍କୁ ଫୋନ୍‌ କରି ଜଣାଇଥିଲେ । ସେ ଆସି ଦେଖିବାକୁ ପାଇଥିଲେ କବାଟରେ ତାଲା ପଡିଛି ଏବଂ ଜିନିଷ ପତ୍ର ଏଣେତେଣେ ପଡିଛି । ତାଲା ଭାଙ୍ଗି ପ୍ରମୋଦଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ । ଘର ବାରଣ୍ଡାରେ ଥିବା କିଛି ଅସବାବପତ୍ର ଏବଂ ଦାମୀ ଗଣେଶ ମୂର୍ତ୍ତି କିଏ ନେଇ ଯାଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

   Related Posts