ମାତିଛନ୍ତି ଲୁଟେରା, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ୪୦୦ଗ୍ରାମର ସୁନା
17/12/2020 at 2:02 PM

ବ୍ରହ୍ମପୁର ୧୭।୧୨ : ବ୍ରହ୍ମପୁର ବଡବଜାର କେଶବ ସୁନା ଦୋକାନରୁ ପୁଣି ଲୁଟ୍ ଅଭିଯୋଗ । ଛାତ ଉପରେ ଥିବା ଟିଣ କଣା କରି ଦୁର୍ବୁତ୍ତମାନେ ପାଖାପାଖି ଦେଢ ଲକ୍ଷ ଟଙ୍କା ଏବଂ ୪୦୦ ଗ୍ରାମ୍ର ସୁନା ଅଳଙ୍କାର ଚୋରି କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବଡବଜାର ପୁଲିସ୍, ବ୍ରହ୍ମପୁର ଏସ୍ପି ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତ ।
ସେହିପରି ପୂର୍ବରୁ ମଧ୍ଯ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବଡବଜାର ବିନୋଦ ସୁନା ଅଳଙ୍କାର ଦୋକାନରୁ ଅଳଙ୍କାର ଚୋରି ହୋଇଥିଲା । ଅକ୍ଟୋବର ମାସ ୩୧ ତାରିଖରେ ସମାନ ଢଙ୍ଗରେ ଚୋରି ହୋଇଥିଲା। ଦୋକାନ ଛାତ କଣା କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରିଥିଲେ। ଷ୍ଟ୍ରଙ୍ଗ୍ ରୁମ୍ ରୁ ଚୋରି ହୋଇଥିଲେ । ସେତେବେଳେ ଦୁଇ କିଲୋ ସୁନା ଅଳଙ୍କାର ଚୋରି ହୋଇଥିଲା । ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ମାଲିକ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ଘଟଣାର ଛାନଭିନ୍ ଆରମ୍ଭ କରିଛି ପୁଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ତଦନ୍ତ କରୁଥିବା ବେଳେ ପୁରା ତଦନ୍ତ ପରେ ଚୋରିର ରହସ୍ଯ ଜଣାପଡିବ ବୋଲି ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର କହିଛନ୍ତି।