ଡାକଘରେ କଳାକନା ବୁଲାଇଦେଲେ ଲୁଟେରା , ଝରକା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | January 25, 2021 IST

ବାଲିପାଟଣା ୨୫।୦୧: ଡାକଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ବନମାଳିପୁର ଉପ-ଡାକଘରୁ ଲୁଟ୍‌ ହୋଇଛି । ପ୍ରାୟ ୨ଲକ୍ଷ ୪୩ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

{"id":398186,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସୋମବାର ସକାଳେ ଡାକଘର ଖୋଲାଯାଇଥିଲା । କିନ୍ତୁ ଡାକଘର ଖୋଲିବା ପରେ ଝରକା ଭଙ୍ଗା ଯାଇଥିବା ଦେଖିବାକୁ ମିଲିଥିଲା । ଆଇରନ୍‌ ବାକ୍ସ ଭଙ୍ଗା ଯାଇ ସେଥିରେ ଥିବା ୨ଲକ୍ଷ ୨୩ହଜାର ଟଙ୍କା ଲୁଟିବା ସହ ଏଜେଣ୍ଟଙ୍କର ୨୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏନେଇ ଡାକ କର୍ମଚାରୀଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":398187,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.