Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଲୁଟେରାଙ୍କ ଚାର୍ଗେଟରେ ବରିଷ୍ଠ ନାଗରିକ, ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

1/02/2021 at 2:48 PM

ବାଲିପାଟଣା ୦୧।୦୨: ଲୁଟେରାଙ୍କ ଚାର୍ଗେଟରେ ପୁଣି ବରିଷ୍ଠ ନାଗରିକ । ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍‌ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ବାଲିଅନ୍ତା ଥାନା ନବାଟି ଗାଁର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନ୍‌ସନ୍‌ ଟଙ୍କା ଆଣିବା ପାଇଁ ଭୁବନେଶ୍ୱର ଯାଉଥିଲେ । ବାଳକାଟି ପେଟ୍ରୋଲ ପମ୍ପରେ ବାଇକ୍‌ରେ ତେଲ  ପକାଇବା ଯାଇଥିଲେ । ହଠାତ୍‌ ଏହି ସମୟରେ ୨ଜଣ ଲୁଟେରା ୭ବାଇକ୍‌ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଇଥିଲେ । ନିକଟରେ ଥିବା ଜଣେ ଅଟୋ ଚାଳକ ୨ଜଣ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରୁ ବାଇକ ଯୋଗେ ଫେରାର ହୋଇଯାଇଥିଲେ । ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ଲୁଟ୍‌ ନେଇ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତୁ ବୃଦ୍ଧା ଅନୁପମା ମହାପାତ୍ର ।   

   Related Posts