ଭୁଜାଲିରେ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଯୁବକ ଗୁରୁତର

Published By : Prameya-News7 Bureau | October 06, 2020 IST

ବାଲେଶ୍ବର ୦୬।୧୦: ଯୁବକଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଲେ ଦୃବୃତ୍ତ। ବାଲେଶ୍ବର ସଦର ଥାନା ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗାଡି ପାଇଁ ଲୋନ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇ ଆସୁଥିବା ବେଳେ ଯୁବକଙ୍କୁ ଭୁଜାଲି ରେ ହାଣି ୧ଲକ୍ଷ ୨୦ ହଜାର ଟଙ୍କା ଗାଡି ଚାବି ଓ ମନି ପର୍ସ ଲୁଟି ନେଲେ ତିନି ଜଣ ଦୃବୃତ୍ତ। ଗୁରୁତର ଯୁବକ ହେଲେ ତପନ କୁମାର ଦାସ । ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଉଛି। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.