Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଗୁଳି ଫୁଟାଇଲେ, ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍ ; ଗାଡି ସୋରୁମ୍ ଆକାଉଣ୍ଟାଣ୍ଟ ଠାରୁ ୩ଲକ୍ଷ ୨୦ହଜାର ଟଙ୍କା ଲୁଟ୍

28/12/2020 at 1:04 PM

ବାଲେଶ୍ୱର ୨୮।୧୨:  ଗୁଳିମାଡ କରି ଲୁଟିନେଲେ ଟଙ୍କା । ବାଲେଶ୍ୱର ସଦର ଥାନା ଖାନ୍‌ନଗର ନିକଟରେ ଗୁଳିକାଣ୍ଡ ଘଟିଛି । ଏକ ଜେସିବି ସୋରୁମ୍‌ର ଆକ୍ଟାଉଣ୍ଟାଣ୍ଟଙ୍କ ନିକଟରେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ପଲସର ଆସି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଖବର ଅନୁଯାୟୀ, ଆଜି ଦିନ ପ୍ରାୟ ୧୧.୨୫ ସମୟରେ ଜେସିବି ସୋରୁମର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଟଙ୍କା ନେଇ ବ୍ୟାଙ୍କ ଯାଇଥିଲେ। ତେବେ ଏହି ସମୟରେ ନିଳ ରଙ୍ଗର ପଲସରରେ ଦୁଇ ଯୁବକ ଆସି ଟଙ୍କା ବ୍ଯାଗ ଛଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ ବ୍ଯାଗକୁ ନେଇ ଟଣାଟଣି ଚାଲିଥିଲା । ଯାହାପରେ  ଯୁବକ ଜଣଙ୍କ ବନ୍ଧୁକ କାଢି ଅଶୋକଙ୍କ ପାଦକୁ ଫାୟାରିଂ କରିଥିଲା । ଅଶୋକ ଭୟରେ ବ୍ଯାଗ ଛାଡି ଦେଇଥିଲେ । ଏହାପରେ ଯୁବକ ଦୁଇ ଜଣ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।ବ୍ୟାଗ୍‌ରେ ପ୍ରାୟ ୩ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡିଛି । ପୁଲିସ ଘଟଣା ତଦନ୍ତ ଜାରି ରହିଛି ।

   Related Posts