Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ତାଡ଼ି ଲୁଟିନେଲେ ଦୁର୍ବୃତ୍ତ, ଯୋଡ଼ା ଥାନା ପୋଲିସର ତଦନ୍ତ ଜାରି

11/10/2020 at 2:44 PM

ବଡ଼ବିଲ ୧୧।୧୦: ମନ୍ଦିର ହୁଣ୍ଡି ତାଡ଼ି ଦାନ ଅର୍ଥ ଲୁଟିନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଉନସିପ୍ ଜଗନ୍ନାଥ ମନ୍ଦିରରେ। ବିଳମ୍ବିତ ରାତିରେ ଏହି ଲୁଟ୍  ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଆଜି ଭୋର ସମୟରେ ମଙ୍ଗଳ ଆରତୀ ନୀତି କରିବାକୁ ଆସି ପୂଜକ ମନ୍ଦିର ଖୋଲିବା ସମୟରେ ଏହା ଜଣାପଡ଼ଥିଲା। ମନ୍ଦିରର ଗେଟ୍ ତାଲା ଭାଙ୍ଗି ଦୃବୃର୍ତ୍ତ, ଭିତରେ ପଶିବା ପରେ ଦାନ ହୁଣ୍ଡିରେ ଲାଗିଥିବା ତାଲାକୁ ତାଡ଼ି ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏନେଇ ପୂଜକଙ୍କ ପକ୍ଷରୁ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦିଆଯାଇଥିଲା। କୋଭିଡ୍ କଟକଣା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ସମାଗମ ନଥିବା କାରଣରୁ ଦାନ ହୁଣ୍ଡିରୁ ପ୍ରାୟ ୧୦ ହଜାର ଟଙ୍କା ଲୁଟ୍ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

   Related Posts