ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଲୁଟି ନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | June 25, 2020 IST

ଆଠଗଡ ୨୫।୦୬: ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଆଠଗଡ ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଠାରେ ଘଟିଛି ଅଘଟଣ । ଗାଡି ଚାଳକକୁ ଆକ୍ରମଣ କରି  ୪ ଲକ୍ଷ ଲୁଟିନେଲେ ଚାରିଜଣ ଦୁର୍ବୃତ୍ତ।

{"id":291398,"sizeSlug":"large"}

ନରସିଂହପୁର ଅଞ୍ଚଳରୁ ଏକ ୪୦୭ ଗାଡ଼ିରେ ମ୍ୟାନେଜର ସହିତ ଗାଡ଼ି ଚାଳକ କଟକ ମାଲ ଗୋଦାମକୁ ଯାଉଥିଲେ । କିନ୍ତୁ ବାଟରେ ଚାରି ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡି ଡ୍ରାଇଭର  ଜଣଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଇଛି । ତାଙ୍କୁ ପରେ ଧବଳେଶ୍ବର ସ୍ଥିତ ବିଟ୍‌ ହାଉସରେ ପୋଲିସ ପଚରାଉଚରା ଜାରି ରଖିଛି । ଗାଡି ମାଲିକ ଧବଳେଶ୍ଵର ବିଟ ହାଉସରେ ଏତଲା ଦେଇଛନ୍ତି । ଘଟଣା ସ୍ଥଳରେ  ପୋଲିସ ପହଞ୍ଚି  ଛାନଭିନ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.